ଏରସମା, 27/04/2026, ଉତ୍କଳ voice(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
ସ୍କାର୍ଟ ଓଡିଶା, କଟକ ପକ୍ଷରୁ ରାଜ୍ୟ କଳା ବିକାଶ ପଶିକ୍ଷଣ ପରିଷଦ, ଓଡିଶା ଓ ଜୟଦେବ ସଂସ୍କୃତି ବିକାଶ ପରିଷଦ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ପ୍ରତିଭା ପୂଜା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଅଛି।ଉକ୍ତ ଉତ୍ସବ ରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ସ୍ଥିତ ଚନ୍ଦ୍ରଘଟି ଗ୍ରାମର ପାର୍ଥ ସାରଥୀ ରାଉତ ଙ୍କୁ ସମାଜ ସେବା ପାଇଁ ସମ୍ମାନିତ କରାଯାଇଅଛି।ଏହା ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ।ପାର୍ଥ ବାବୁ ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଯୁବ ସଭାପତି ମଧ୍ୟ।କଥାରେ ଅଛି "ମାନବ ସେବା ହି ମାଧବ ସେବା"।ପାର୍ଥ ବାବୁଙ୍କ ନିଷ୍ଠା,ସମର୍ପଣ ମାନବସେବାର ଏହା ହେଉଛି ଜଳନ୍ତା ଉଦାହରଣ।ଲୋକ ମାନଙ୍କୁ ସହଯୋଗର ହାତ ବଢେ଼ଇବା, ସୁଖ ଓ ଦୁଃଖରେ ଭାଗିନେବା,ଲୋକମାନଙ୍କୁ ଭଲ ପାଇବା ସମାଜ ପାଇଁ ପ୍ରେରଣାଦାୟକ। ଏମିତି ବହୁତ କମ୍ ଲୋକ ଥାଆନ୍ତି ଯେଉଁମାନେ ନିଷ୍ଠା ପର ଭାବେ, ସ୍ୱଛ ମନ ବୃତ୍ତି ନେଇ ସମାଜକୁ ଭଲ ପାଆନ୍ତି।ସେହି ପରି ଜଣେ ଉଚ୍ଚ କୋଟୀର ଚିନ୍ତା ଧାରାର ବ୍ୟକ୍ତି ହେଉଛନ୍ତି ପାର୍ଥ ସାରଥୀ ରାଉତ।ତାଙ୍କର ସମାଜ ସେବା ପାଇଁ ସ୍କାର୍ଟ ଓଡିଶା, କଟକ ପକ୍ଷରୁ ତାଙ୍କୁ ସମ୍ମାନୀତ କରିଛନ୍ତି।ଯାହା ଆମ ଏରସମା ଅଞ୍ଚଳ ପାଇଁ, ଏ ସମାଜ ପାଇଁ ଏକ ଉଦାହରଣ।