ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoice.pozecon.com

ବାବା ତ୍ରିନାଥ ଯାଦବ ସଂଘ ଭଗବାନ ସିଣ୍ଡୋଳ ଆନୁକୂଲ୍ୟରେ ତୃତୀୟ ବାର୍ଷିକ କାଠି ଲଉଡ଼ି ଉତ୍ସବ ଅନୁଷ୍ଠିତ

ବାଲିକୁଦା, 27/04/2026, ଉତ୍କଳ voice*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ବାଲିକୁଦା ବ୍ଲକ ଅରିଲୋ ପଞ୍ଚାୟତ ଭଗବାନ ସିଣ୍ଡୋଳ ବାବା ତ୍ରିନାଥ ଯାଦବ ସଂଘ ତରଫରୁ ତୃତୀୟ ବାର୍ଷିକ କାଠି ଲଉଡ଼ି ଖେଳ ଉତ୍ସବ ସ୍ଥାନୀୟ ବାବା ତ୍ରିନାଥ ଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ରୂପେ ଅରିଲୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ବାରିକ , ବାଲିକୁଦା ବ୍ଲକ ଉପାଧ୍ୟାକ୍ଷଙ୍କ ପ୍ରତିନିଧି ଅଲେଖ ଚରଣ ସ୍ୱାଇଁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ସମ୍ନାନିତ ଅତିଥି ରୂପେ ଉତ୍କଳ ଯାଦବ ମହାସଭା ର ଯୁଗ୍ମ ସମ୍ପାଦକ ତଥା ବାଲିକୁଦା ବ୍ଲକ ଯାଦବ ମହାସଭା ର ସଙ୍ଗଠନ ସମ୍ପାଦକ କାର୍ତିକ ଚନ୍ଦ୍ର ବେହେରା ,ବାଲିକୁଦା ବ୍ଲକ ଯୁବ ଯାଦବ ମହାସଭାର ସଭାପତି ହେମନ୍ତ କୁମାର ଦାସ, ସାଧାରଣ ସମ୍ପାଦକ ସୌମେନ୍ଦ୍ର କୁମାର ଦାସ, ନିରଞ୍ଜନ ଦାସ, ବାବା ତ୍ରିନାଥ ଯାଦବ ସଂଘର ସଭାପତି ଶୈଳେନ୍ଦ୍ର କୁମାର ଦାସ, ସମ୍ପାଦକ ସତ୍ୟ ପ୍ରକାଶ ଦାସ,ଶିକ୍ଷାବିତ ନିରଞ୍ଜନ ଦାସ,ବ୍ରହ୍ମାନନ୍ଦ ଦାସ,ପ୍ରମୁଖ ଯୋଗଦେଇ ଯାଦବ କୁଳର ପ୍ରଥା ପରମ୍ପରା, କଳା ,ସଂସ୍କୃତି,ଏତିହ୍ୟକିଭଳି ବଞ୍ଚି ରହିବ ସେ ବିଷୟରେ ଆଲୋକ ପାତ କରିଥିଲେ। ପରେ ପରେ ପୂଜ୍ୟପୂଜାର ପରମ୍ପରା କୁ ଭିତ୍ତି କରି ଅନୁଷ୍ଠାନ ତରଫରୁ ଶିଶିର ମହାନ୍ତି. ଶରତ ଚନ୍ଦ୍ର ଦାସ. ପଞ୍ଚାନନ ଦାସ. ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା.ଏହି କାଯ୍ୟକ୍ରମକୁ
Article Image
ମିଟୁ ଦାସ.ତ୍ରିନାଥ ଦାସ. ସୁବଳ ଦାସ. ଗୋପୀନାଥ ଦାସ.ହାପି ଦାସ.ଜ୍ଞାନେନ୍ଦ୍ର ଦାସ.ଇପୁ ଦାସ. ଜିପୁ ଦାସ ପ୍ରମୁଖଉପସ୍ଥିତ ରହି କାଯ୍ୟକ୍ରମରେ ସହଯୋଗ କରିଥିଲେ।
Article Image
ଏହି କାଠି ଲଉଡ଼ି ପ୍ରତିଯୋଗିତାରେ ପ୍ରଥମେ ଖମ୍ବାକୁଳ ଯାଦବ ଭାଇ ଏବଂ ପରେ ପରେ ମା ଚର୍ଚ୍ଚିକା କାଠି ଲଉଡ଼ି ସଂଘ ଶଙ୍ଖାଲୋ ତାର କାଠି ଲଉଡ଼ି ଖେଳ ପରିବେଷଣ କରିଥିଲେ ।
8