ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoice.pozecon.com

ଯୁଗଜ୍ଯୋତି ପାଠାଗାର ଅନୁକୁଲ୍ୟରେ ତୃତୀୟ ବାର୍ଷିକ ପଂଚାୟତ ସ୍ତରୀୟ ରଜ ମହୋତ୍ସବ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଏରସମା, 27/04/2026, ଉତ୍କଳ voice*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠୀ ପଞ୍ଚାୟତରେ ତା-୨୬/୦୪/୨୦୨୬ ରିଖ ରବିବାର ସଂଧ୍ୟା ୭ ଘଟିକା ସମୟରେ ଯୁଗଜ୍ଯୋତି ପାଠାଗାର ଅନୁକୁଲ୍ୟରେ ତୃତୀୟ ବାର୍ଷିକ ପଞ୍ଚାୟତସ୍ତରୀୟ ରଜମହୋତ୍ସବ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି , ଏହି ବୈଠକରେ ପାଠାଗାରର ସଭାପତି - ମିହିର ନାୟକ, ଉପସଭାପତି -ତୁଷାର ରଞ୍ଜନ ମଲ୍ଲ, ସମ୍ପାଦକ- ଆଲୋକ ନାୟକ,ସହ ସଂପାଦକ - ହୃଷିକେଶ ଦାସ,କୋଷଧକ୍ଷା- ପ୍ରଶାନ୍ତ ସ୍ୱାଇଁ ଯୋଗଦେଇଥିଲେ ଏବଂ ଏହି ବୈଠକ ରେ ନରେଶ କୁମାର ଜେନା ସଭାପତିତ୍ଵ କରିଥିଲେ ରଜମହୋତ୍ସବ କମିଟିର ପ୍ରଶାନ୍ତ ନାୟକ,ମୁନା ସ୍ୱାଇଁ,ରାଜୁ ପଲାଇ,ଵାପିନା ରାଉତ,ବାବୁନା ସ୍ୱାଇଁ,ଓ କୁଞ୍ଜକୋଠୀ ପଂଚାୟତ ର ମୁରବି ଭାବରେ ଜଗବନ୍ଧୁ ସ୍ୱାଇଁ,ରମାକାନ୍ତ ନାୟକ,ରଘୁନ ପଢ଼ିଆରୀ ,ସୁଶାନ୍ତ ସେଠି, ଧୀରେନ୍ଦ୍ର ପାଳ,ତପନ ପାଳ,ଗୋବିନ୍ଦ ପାତ୍ର,ଅଭୟ ଖଟୁଆ,ବୁଟୁନା ଭାଇନା,ଜ୍ଞାନରଞ୍ଜନ ,ସୁରେଶ ସ୍ୱାଇଁ ଓ ପାଠାଗାରର ସମସ ସଦସ୍ଯ ଉପସ୍ଥିତ ଥିଲେ ।ଏ ବର୍ଷ ରଜ ମହୋତ୍ସବ କିଭଳି ଶାନ୍ତି ଶୃଙ୍ଖଳା ର ପାଳନ କରା ଯିବ ଏବଂ ମୁଖ୍ୟତଃ ଗ୍ରାମାଞ୍ଚଳ ର ପିଲା ମାନେ କେମିତି ନିଜର ପ୍ରତିଭା ଦେଖେଇବା ପାଇଁ ଅଧିକ ରୁ ଅଧିକ ସୁଯୋଗ ପାଇବେ ସେ ଉପରେ ପ୍ରାଧାନ୍ୟ ଦିଆ ଯାଇଥିଲା । ତତ ସହିତ ଏ ବର୍ଷ ନୂଆ କରି ଗୃହିଣୀ ଓ ବୟସ୍କ ମାନଙ୍କ ନିମନ୍ତେ ପ୍ରତିଯୋଗିତା ରଖାଯିବା ସହିତ ରଜ କୁଇନ ଭଳି ପ୍ରତିଯୋଗିତା କରି କଳା ସଂସ୍କୃତିକୁ ମନେ ପକେଇବା ଦିଗରେ ଆଲୋଚନା ହୋଇଥିଲା । ମୁଖ୍ୟ ଆକର୍ଷଣ ରେ ରଜ ଦୋଳି, ରଜ ପିଠା, ବାଗୁଡ଼ି ଖେଳ, ରଜ ପାନ ସହ ମୀନା ବଜାର ରହିଛି ।ପରିଶେଶ ରେ ଏହି ଚାରିଦିନ ଅଞ୍ଚଳ ରେ ପ୍ଲାଷ୍ଟିକ ବର୍ଜନ ଓ ନିଶାମୁକ୍ତ ମହୋତ୍ସବ ପାଳନ ହେବ ଏହା ଉପରେ ଆଲୋଚନା ହୋଇଥିଲା।
Article Image
9