ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoice.pozecon.com

ଏରସମା ଶ୍ରୀ ଡ଼.ଦାମୋଦର ରାଉତଙ୍କ ପ୍ରତିମୂର୍ତି ଭାଙ୍ଗିବା ଘଟଣା କୁ ତୀବ୍ର ବିରୋଧ କଲା ଏରସମା ସ୍ବାଭିମାନ ମଞ୍ଚ

ଏରସମା, 27/04/2026, ଉତ୍କଳ voice(ଜିଲ୍ଲା ପ୍ରତିନିଧି ନୃସିଂହ ମଲିକ ଙ୍କ ରିପୋର୍ଟ)
Article Image
ଦର୍ଶକ ବନ୍ଧୁ ଗତ ୨୪ ତାରିଖ ଠାରୁ ଆଜି ଯାଏ ଡ.ଦାମୋଦର ରାଉତଙ୍କ ପ୍ରତିମୂର୍ତି ଭାଙ୍ଗିବା ନେଇ ଏରସମାରେ ସବୁ ମହଲରେ ନିନ୍ଦା କରାଯାଉଅଛି।ଏହାକୁ ତୀବ୍ର ବିରୋଧ କରି ଏରସମା ସ୍ବାଭିମାନ ମଞ୍ଚ ତରଫରୁ ବିଜୁ ଜନତା ଦଳର ଯୁବ ସଭାପତି ଶ୍ରୀଯୁକ୍ତ ପାର୍ଥ ସାରଥୀ ରାଉତଙ୍କ ନେତୃତ୍ବରେ "ଏରସମା ଶ୍ରୀ" ଡ଼.ଦାମୋଦର ରାଉତଙ୍କ ଶିଆଳି ବେଳାଭୂମି ରେ ପ୍ରତିମୂର୍ତି ଭାଙ୍ଗିବା ଘଟଣା ନେଇ ଏରସମା ତହସିଲ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଅଛି।ଉକ୍ତ ଘଟଣାକୁ ନେଇ ବ୍ଲକ ଗ୍ରିଭାନ୍ସ ରେ ଜିଲ୍ଲା ପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଜିଲ୍ଲାପାଳ ସାତଦିନ ର ସମୟ ନେଇଛନ୍ତି ତଦନ୍ତ ପାଇଁ।ଖବର ପାଇ ପ୍ରତିବାଦ ସଭାରେ ପହଞ୍ଚିଥିଲେ ଡ.ରାଉତ ଙ୍କ ସୁପୁତ୍ର ତଥା ପାରାଦୀପ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସମ୍ବିତ୍ ରାଉତ(ବାପି ବାବୁ)।କହିଲେ ଯେ ଦାମଦୋର ରାଉତ ଥିଲେ ଏରସମାର ପ୍ରାଣ।ବାପାଙ୍କ ର ଏ ପ୍ରତିମୂର୍ତ୍ତି କୁ ଯିଏ ବି ଭାଙ୍ଗିଛି, ଯୋଉ ମାନେ ଏ କାର୍ଯ୍ୟରେ ସମ୍ପୂର୍କ୍ତ ଅଛନ୍ତି ସେ ନିଶ୍ଚୟ ଶାସ୍ତି ପାଇବେ।ଯଦି ସାତ ଦିନ ମଧ୍ୟରେ ସତ୍ୟା ସତ୍ ତଦନ୍ତ କରା ନ ଯାଏ ତାହେଲେ ସେ ଏରସମା ମାଟିରେ ଏକା ଅନଶନ ରେ ବସିବେ।ଉକ୍ତ ସଭାରେ ଏରସମା ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାପାତ୍ର,ଛାତ୍ର ନେତା ଚନ୍ଦନ କୁମାର ମଲ୍ଲିକ,ଜିଲ୍ଲା ଉପ ସଭାପତି ବିଜୟ କୁମାର ପାଲ,ଦୀପ୍ତି ରଞ୍ଜନ କୁଅଁର,ପ୍ରତାପ ସ୍ଵାଇଁ,ମହିମା ସ୍ୱାଇଁ,ନକୁଳ ନାୟକ,କେଶବ ପାତ୍ର,ବୈଦ୍ୟନାଥ ବିଶ୍ଵାଳ,ପ୍ରକାଶ ପରିଡା,ବିକ୍ରମ ଦଳେଇ ଯୋଗ ଦେଇଥିଲେ।
Article Image
Article Image
14