ଏରସମା, 27/04/2026, ଉତ୍କଳ voice(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ।) :

ସାମାନ୍ୟ ପାଇଖାନା ର ପଇସା ପାଇଁ ବ୍ଲକ କୁ ଦୌଡ଼ି ଦୌଡ଼ି ଦୀର୍ଘ ପାଞ୍ଚ ବର୍ଷ ହୋଇଗଲା।ପଇସା ତ ମିଲାଲାନି କିନ୍ତୁ ଦୁର୍ଘଟଣା ର ସ୍ବୀକାର ହେଲେ ୭୦ ବୟସ ର ବୁଢ଼ା ବ୍ୟକ୍ତି।ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡହରିଶପୂର୍ ର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଙ୍କ କଥା।ଯେ କି ସରକାରଙ୍କ ତରଫରୁ ମିଳିଥିବା ପାଇଖାନା ଆଯକୁ ପାଞ୍ଚ ବର୍ଷ ହେଲା ତିଆରି କରି ସାରିଲେଣି।କିନ୍ତୁ ପାଇଖାନା ବାବଦକୁ ଯୋଉ ଅର୍ଥ ମିଳିବା କଥା ତାହା ଆଜି ଯାଏ ମିଲିପାରିଲାନି।ଯାହାକିଁ ବାରମ୍ବାର ପଞ୍ଚାୟତ ସମିତି ଯୁଗ୍ମ ଜନ ଶୁଣାଣି ଜିଲ୍ଲାପାଳଙ୍କ ଅଭିଯୋଗରେ ଅଭିଯୋଗ ଦେଇ ସୁଧା ପଇସା ଟିକକ ମିଳି ପାରୁନାହିଁ।ଆଜି ମଧ୍ୟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ରେ ଅଭିଯୋଗ କରିବାକୁ ଆସୁଥିବା ସମୟରେ ଦୁର୍ଘଟଣା ହୋଇ ଏରସମା ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି।ନା ସାଥିରେ ଥିଲେ ପରିବାର ବର୍ଗ ନା ଆଉ କେହି।ଦୁର୍ଘଟଣା ହେବା ଦେଖି ବ୍ଲକ କୁ ଆସୁଥିବା ଭାରତୀୟ ଜନତା ପାର୍ଟିର ଗୋଡା ମଣ୍ଡଳର ମଣ୍ଡଳ ସଭାପତି ପୁନିଲ କୁମାର ମଣ୍ଡଳ ତାଙ୍କୁ ମେଡିକାଲ ନେଇ ଆସିଥିଲେ।ମେଡିକାଲ ରେ ଡକ୍ଟର ଙ୍କୁ ଦେଖାଇ ଥିଲେ। କିନ୍ତୁ ସେଠି ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟପନ୍ନ ଥିବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ଚିକିତ୍ସାଲୟକୁ ନେବାପାଇଁ ଡକ୍ଟର କହିଲେ। ଏ ଗ୍ରୀଷ୍ମ କାଳୀନ ସମୟରେ ଯୋଉ ପ୍ରକାରର ଖରା ତାତି ହେଉଛି ଘରୁ ବାହାରିବା କଷ୍ଟ ହୋଇପଡୁଛି।କିନ୍ତୁ ସାଧାରଣ ଲୋକେ ନିଜ କାମ ପାଞ୍ଚ ବର୍ଷ ହେଲା ସମ୍ପୂର୍ଣ୍ଣ କରିସାରିଲେଣି କିନ୍ତୁ ତାଙ୍କର ପ୍ରାପ୍ୟ ପାଇବାପାଇଁ ବ୍ଲକ ଦୌଡ଼ି ଦୌଡ଼ି ଚପଲ ଛିଣ୍ଡି ଯାଉଛି।ଧନ୍ୟ ଏ ପ୍ରଶାସନ !

