ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoice.pozecon.com

ଗରା,ବାଲିଟ ଧରି ବିଭାଗୀୟ ଅଧିକାରୀ କୁ ଘେରିଲେ ଶତାଧିକ ମହିଳା

ଏରସମା, 27/04/2026, ଉତ୍କଳ voice(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକଙ୍କ ରିପୋର୍ଟ)
Article Image
ଜଗତସିଂହପୁର ଜିଲ୍ଲା ଏରସମା ପଞ୍ଚାୟତ ସମିତି ଯୁଗ୍ମ ଜନ ଶୁଣାଣି ଶିବିରରେ ଖରା ଦିନରେ ସମସ୍ୟା ଦେଖାଯାଇଥିବା ବେଳେ ଏବେ ଏରସମା ବ୍ଲକ୍କ୍ ଖଟିଖୋଳଦା ନଳଭେଡି ଗ୍ରାମରେ ପାଣି ସମସ୍ୟା ଦେଖିବାକୁ ମିଳିଛି।ଯାହାକୁ ନେଇ ଗ୍ରାମରେ ୫୦୦ ଗ୍ରାମବାସୀ ମାନେ ବସବାସ କରୁଥିଲେ ମଧ୍ୟ ପାଣି ସମସ୍ୟା ଦିନକୁ ଦିନ ବଢି ବାରେ ଲାଗିଛି।ଯାହାକୁ ନେଇ ଗ୍ରାମବାସୀ ମାନେ ବାରମ୍ବାର ବିଭାଗୀୟ ଅଧିକାରୀ ପାଖରେ ଅଭିଯୋଗ କରିଥିଲେ। ହେଲେ କୋଣସି ସମାଧାନର ବାଟ ଖୋଲିନଥିଲା।ଯାହାଫଳରେ ୧୨ ନମ୍ବର ୱାର୍ଡ ର ୱାର୍ଡ ସଭ୍ୟା ପ୍ରତିମା ଭୂମି, ଅମିତା ମଣ୍ଡଳ,ସୀତା ସିଂ,ସୁମନ୍ତୀ ପ୍ରଧାନ ସମେତ ଶତାଧିକ ମହିଳା ମାନେ ଏକତ୍ରିତ ଜିଲ୍ଲାପାଳ ଅଭିଯୋଗ ଶୁଣାଣୀରେ ଅଭିଯୋଗ କରିବାକୁ ଆସିଥିଲେ। ଅଭିଯୋଗ ପୂର୍ବରୁ ବିଭାଗୀୟ ଅଧିକାରୀ ବିଡିଓ ଓ ସୁପେରଟେଣ୍ଡ ଅଫ Engineer ଜ୍ୟୋତି ରଞ୍ଜନ ଦାସ ବୁଝା ସୁଝା କରିଥିଲେ ସୁଧା ଗ୍ରାମର ମହିଳା ମାନେ ଶୁଣିନଥିଲେ।ସେ ଜିଲ୍ଲାପାଳ ଙ୍କୁ ନିଜେ ଅଭିଯୋଗ ପତ୍ର ମାଧ୍ୟମରେ ଭେଟିବେ ବୋଲି କହିଲେ। ମହିଳା ମାନେ ଅଭିଯୋଗ କରିଲା ବେଳକୁ ହଠାତ୍ ଜିଲ୍ଲାପାଳ ବିରକ୍ତ ହୋଇ ପାଟି କରିବସିଲେ ।ଯାହା ଫଳରେ ମହିଳା ମାନେ ଜନ ଶୁଣାଣି ରୁ ଫେରି ଆସିଥିଲେ।ସେପଟେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗେଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।କଥା ଉଠୁଛି ପ୍ରଶାସନ ଏଠି କଣ କରୁଛି। ମହିଳା ମାନେ ନିଜ ଅସୁବିଧା ଓ ହକ ପାଇଁ ଦାବି କରିବାରୁ ତାଙ୍କୁ ପାଣି ବଦଳରେ ମିଳୁଛି ନାଲି ଆଖି। ଗ୍ରୀଭାନ୍ସ କୁ ଦୌଡ଼ି ଦୌଡ଼ି ସାଧାରଣ ଜନତାଙ୍କ ଗୋଡ଼ରୁ ପାଣି ମରିଯାଉଛି କିନ୍ତୁ ସମାଧାନ ହେବାର ନା ଧରା ଯାଉନି।
Article Image
Article Image
19