ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoice.pozecon.com

ଜଲଛତ୍ର ଉଦ୍ଘାଟନ କଲେ ଜିଲ୍ଲାପାଳ

ଏରସମା, 28/04/2026, ଉତ୍କଳ voice(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ)
Article Image
ଗ୍ରୀଷ୍ମ ପ୍ରବାହକୁ ଲକ୍ଷ କରି ଜଗତସିଂହପୁର ଜିଲ୍ଲା ଏରସମା ଗ୍ରାମ ପଞ୍ଚାୟତ ତରଫରୁ ସରପଞ୍ଚ ସଚିତ୍ରାନନ୍ଦ୍ ଦାସଙ୍କ ତତ୍ତ୍ଵାବଧାନରେ ଏରସମା ମୁଖ୍ୟ ବଜାରରେ ଜଲଛତ୍ର ଖୋଲାଯାଇଛି।ଏହି ଜଲଛତ୍ର କୁ ଉଦ୍ଘାଟନ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ, ଆଉ ସାଥିରେ ଥିଲେ ବିଡିଓ ଦାଶରଥି ଜେନା,ଜଗତସିଂହପୁର ଏସପି ଅଙ୍କିତ ବର୍ମା ।ଆଜି ଯୁଗ୍ମ ଜନ ଶୁଣାଣି ଶିବିର କାର୍ଯ୍ୟ ବ୍ଲକ ରେ ଥିବାରୁ ଜିଲ୍ଲାପାଳ ଅଭିଯୋଗ କାର୍ଯ୍ୟକ୍ରମ ସାରି ଜଲଛତ୍ର ଉଦ୍ଘାଟନ କରିଥିଲେ।ଆଜି ପ୍ରଥମ ଦିନରେ ଦହି ପାଣି ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟ କର୍ମକୁ ସହୋଜୋଗ କରିଥିଲେ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ମଞ୍ଚର ସମସ୍ତ ସଦସ୍ୟ।ପ୍ରବଳ ଟାଣ ଖରା ତାତି ଯୋଗୁ ବଜାରରେ ଲୋକ ପାଣି ପାଇ ଲୋକମାନେ ଆଉଟ୍ ପାଉଟ୍ ହେଉଛନ୍ତି।ଜଲଛତ୍ର ଖୋଲିବା ଦ୍ବାରା ଲୋକମାନେ ଆଜି ଶାନ୍ତିରେ ଦହି ପାଣି ପିଇ ଖୁସି ଅନୁଭବ କରିଛନ୍ତି।
Article Image
7